ଦେଖ ଦେଖ ଆସିଛନ୍ତି ଦୟାଲ ରାଜା (Kirtan)

ଦେଖ ଦେଖ ଆସିଛନ୍ତି ଦୟାଲ ରାଜା

       ଉଛୁଳେ ଆନନ୍ଦ ଧାରା ହୋଇ ଆତ୍ମହରା

ମାଆ ମାନେ ସର୍ବେ ମିଳି ଦିଅ ହୁଳ ହୁଳି....

       ଭାଇ ମାନେ ସର୍ବେ ମିଳି ଦିଅ କରତାଳି...

ଊଛୁଳେ ଆନନ୍ଦ ଧାରା.......।।

.....

ତୁମେ ମୋ ଜୀବ ଜୀବନ,ତୁମେ ମୋ ପରାଣ ଧନ

ତୁମ ନାମ ଭଜୁଥିବି,ଭୁଲି ମୁଁ ବାଧା ବନ୍ଧନ...

ପ୍ରେମମୟ ଗୋରା ଚାନ୍ଦ ଦେଲା ଆଜି ଧରା (୧)

ଉଚ୍ଛୁଳେ ଆନନ୍ଦ ଧାରା....।।

......

ମଧୁର ଚାହାଣି ତୁମ,ହରେ ଅନନ୍ତ ଦୁଃଖ ବେଦନା

ତୁମ ଅମିୟ ପରଶ ମନେ,ଭରେ ଆଜି ଆନମନା..

ଜୀବନର ଚଲା ପଥେ ତୁମେ ହିଁ ସାହାରା (୨)

ଉଛୁଳେ ଆନନ୍ଦ ଧାରା....।।

......

କେତେ ମୋତେ ପାଅ ଭଲ,ବୁଝି ନାଇ ତାର ମୂଲ...

ତଥାପି କରିନ ଦୂର, ପ୍ରେମେ କୋଳେ ତୋଳି ନେଲ...

ଭାବ ବିନୋଦିଆ ହରି ପ୍ରେମର ପସରା (୩)

ଉଛୁଳେ ଆନନ୍ଦ ଧାରା.....।।

 

----------°°°°°°°---------


Comments

Popular posts from this blog

तुमि जेमोन करे Bhajan Lyrics...........

Din Dayal Thakur Data Dayaal Mere Lyrics